ଏଣିକି ୬ ମାସ ନୁହେଁ ଏହି ରାଜ୍ୟରେ ବର୍ଷେ ମିଳିବ ମାତୃତ୍ୱ ଛୁଟି

ଭୁବନେଶ୍ୱର,୨୮/୦୭: ଏଣିକି ଛୁଆ ଜନ୍ମ ହେଲେ ମହିଳା ସରକାରୀ କର୍ମଚାରୀଙ୍କୁ ୬ ମାସ ପରିବର୍ତ୍ତେ ବର୍ଷେ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମିଳିବ। ସେହିପରି ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ମାସେ ପର୍ଯ୍ୟନ୍ତ ପିତୃତ୍ୱ ଛୁଟି। ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରାଯିବ । ଯାହାଦ୍ୱାରା ରାଜ୍ୟରେ ହଜାର ହଜାର ମହିଳା ସରକାରୀ କର୍ମଚାରୀ ଉପକୃତ ହୋଇ ପାରିବେ। ସିକ୍କିମ ରାଜ୍ୟ ସିଭିଲ ଅଧିକାରୀ ସଂଘର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସିକ୍କିମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହା ଦ୍ୱାରା ସରକାରୀ କର୍ମଚାରୀ ନିଜ ପରିବାର ଓ ପିଲାଙ୍କର ଦେଖାରଖା କରିବାର ସୁଯୋଗ ପାଇବେ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।