ଆସନ୍ତା ବୁଧବାର ହେବ ବନକଲାଗି ନୀତି

ଭୁବନେଶ୍ୱର,୨୭/୦୭:  ଶ୍ରୀମନ୍ଦିରରେ ବନକ ଲାଗି ନୀତି ନେଇ ବିବାଦ ଚାଲିଛି । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନଥିବା ବେଳେ ଆସନ୍ତା ବୁଧବାର ବନକଲାଗି ନୀତି ହେବା ନେଇ ସୂଚନା ମିଳିଛି । ଆସନ୍ତା ବୁଧବାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନୀତି ପାଇଁ ଦତ୍ତ ମହାପାତ୍ର ସେବାୟତ ଅନୁରୋଧ କରିଥିଲେ । ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୬ ଦିନ ପରେ ବନକଲାଗି ସମ୍ପର୍ଣ୍ଣ ହୋଇପାରିନି ।