ଓଡ଼ିଆ ଭାଷାରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ

ଭୁବନେଶ୍ୱର,୨୬/୦୭: ଓଡ଼ିଆ ଭାଷାରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ ।  ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି ।  ଜୁଲାଇ ୧୯ରେ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ମଙ୍ଗଳବାର ଦିନ ରାୟ ପ୍ରକାଶ କରିଛନ୍ତି । ଓଡ଼ିଆରେ ୪୧ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଅବସରକୁ ଚିର ସ୍ମରଣୀୟ କରି ରଖିବ ।