ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ଭୁବନେଶ୍ୱର,୨୫/୦୭: ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି। ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି । ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି | ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ ଖୋଲାଯାଇଛି । ମିଳିଥିବା ସୂଚନା ମୁତାବକ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ବାମ ପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୪ଟି ଗେଟ ଖୋଲାଯାଇଛି। ଆଉ ଏହାର ପ୍ରଭାବରେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ଆଉ ୪ଟି ଗେଟ ଆଜି ଖୋଲାଯାଇଛି ।