ପାରିବାରିକ କଳହକୁ ନେଇ  ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ

ଭୁବନେଶ୍ୱର,୨୫/୦୭:ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ ଘଟିିଛି। ପାରିବାରିକ କଳହକୁ ନେଇ  ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ ଗତକାଲି ରାତିରେ ପରିବାରରେ କଳହ ହୋଇଥିଲା । ପରେ ରାତିରେ ଶୋଇଥିବା ବେଳେ ନିଜ ବାପା, ମାଆ, ଭଉଣୀ ସମେତ ଭାଇ ବୋହୂକୁ ଆକ୍ରମଣ କରିଥିଲା ପୁଅ । ସେପଟେ ହଣାକଟା କରିବା ପରେ ପୁଅ ଘର ଛାଡି ଫେରାର ହୋଇଥିବା ସୂଚନା ରହିଛି ।