ଟୁଇଟର ଡଟ କମକୁ ବଦଳାଇ ହେଲା ଏକ୍ସ ଡଟ୍ କମ

ନୂଆଦିଲ୍ଲୀ,୨୪/୦୭: ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ମାଲିକାନା ଏଲନ ମସ୍କ ହେବା ପରେ ବହୁକିଛି ପରିବର୍ତ୍ତନ ହେବାରେ ଲାଗିଛି। ସେ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି । ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ ଚାହୁଁଛନ୍ତି । ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ । ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍ କମ କରିଦେଇଛନ୍ତି । ଏକ୍ସ ଡଟ କମ ଖୋଲିଲେ ସିଧା ସଳଖ ଟୁଇଟର ଖୋଲୁଛି । ଏକ୍ସ ନାମର ଅନ୍ତରୀଣ ଲୋଗୋ ମଧ୍ୟ ଶୀଘ୍ର ଲାଗୁ ହେବ ବୋଲି ମକ୍ସ ସୂଚନା ଦେଇଛନ୍ତି ।