ଖୁବଶୀଘ୍ର ବଦଳିପାରେ ଟୁଇଟରର ଲୋଗୋ

ନୂଆଦିଲ୍ଲୀ,୨୩/୦୭: ଯେବେଠୁ ଏଲନ୍ ମସ୍କ ଟୁଇଟରର ମାଲିକାନା ହାସଲ କରିଛନ୍ତି, ସେବେଠୁ ସେ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ଏହାରିି ମଧ୍ୟରେ ବଦଳିବ ଟୁଇଟରର ଲୋଗୋ । ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ । ଏନେଇ ସୂଚନା ଦେଇଛନ୍ତି ଟୁଇଟରର ମାଲିକ ଏଲନ୍ ମସ୍କ ।

ଜଣେ ୟୁଜର୍ସଙ୍କ ସହିତ ଟୁଇଟର ସ୍ପେଶରେ କଥାବାର୍ତ୍ତା ହେବା ସମୟରେ ଏଲନ୍ ମସ୍କ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଲନ୍ ମସ୍କଙ୍କୁ ଉକ୍ତ ବ୍ୟକ୍ତି ଜଣକ ପ୍ରଶ୍ନ କରିଥିଲେ ଯେ, ସତରେ କଣ ଟୁଇଟରର ଲୋଗୋ ବଦଳିବାକୁ ଯାଉଛି? ଏହାର ଉତ୍ତରରେ ଏଲନ୍ ମସ୍କ କହିଥିଲେ ହଁ । ତେବେ ଏହାସହିତ ସେ ଟୁଇଟରରେ ଏକ ପୋଲ୍ ମଧ୍ୟ ଆରମ୍ଭ କରିଥିଲେ । ଅଧିକାଂଶ ଲୋକ ଟୁଇଟରର ରଙ୍ଗ କଳା ରଖିବାକୁ ବାଛିଛନ୍ତି ।