ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ

ଭୁବନେଶ୍ୱର,୨୨/୦୭: ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ । ଅର୍ଥାତ ଏଣିକି ସିବିଏସଇ ସ୍କୁଲରେ ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ  କହିଛନ୍ତି, ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସିବିଏସଇ ସର୍କୁଲାର ଜାରି କରିଛି ।ଆଜି ଯାଏ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା । ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେୀଣୀ ଯାଏ ପାଠ୍ୟକ୍ରମ ଏହି ଦୁଇ ଭାଷା ସମେତ ଓଡିଆ ଓ ଅନ୍ୟେ ଆଞ୍ଚଳିକ ଭାଷାରେ ପଢ଼ା ଯାଇପାରିବ । ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ । ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ । ସ୍କୁଲ ଗୁଡିକ ଧିରେ ଧିରେ ଏହି ବ୍ୟବସ୍ଥାକୁ ଆପଣାଇବେ । ୧୨ଟି ଆଞ୍ଚଳିକ ଭାଷାରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ଗତକାଲି ସିବିଏସଇ ବିଜ୍ଞପ୍ତି ଜାରି କରିଛି ।