ପୁଣି ସୋରରେ ରେଳ ଅଘଟଣ

ଭୁବନେଶ୍ୱର,୨୨/୦୭: ପିଛା ଛାଡ଼ୁନି ରେଳ ଅଘଟଣ । ଷ୍ଟେସନରେ ୧୦ଟି ୱଗନକୁ ଛାଡ଼ି ପଳାଇଲା ରେଳ ଇଞ୍ଜିନ । ସୋର ରେଳ ଷ୍ଟେସନ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପ୍ରାୟ ୨୫ ମିନିଟ୍ ପରେ ଇଞ୍ଜିନ୍ ବଗି ସହିତ ଯୋଡ଼ି ହୋଇଥିଲା ।ଆଦାନୀ କମ୍ପାନୀର କୋଇଲା ବୋଝେଇ ମାଲଗାଡ଼ି ଟାଟା ଅଭିମୁଖେ ଯାଉଥିବା ସମୟରେ ସୋର ଷ୍ଟେସନ ନିକଟରେ ୧ନମ୍ବର ଲୁପ୍ ଲାଇନରେ ଯାଉଥିବା ବେଳେ ୧୦ଟି ବଗି ଛାଡ଼ି ପଳାଇଥିଲା । କିଛି ସମୟ ପରେ ପୁଣି ଟ୍ରେନଟି ପଛକୁ ଫେରି ବଗି ସଂଯୋଗ କରି ପୁଣି ଟାଟା ଅଭିମୁଖେ ଯାଇଥିବା ସୂଚନା ମିଳିଛି ।