ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଜନା ସଂଯୋଜକ

ଭୁବନେଶ୍ୱର, ୨୧/୦୭: ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଜନା ସଂଯୋଜକ ପୁଷ୍ପାଙ୍ଗୀନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଏକ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ସାର୍ଟିଫିକେଟଗୁଡିକୁ ମଞ୍ଜୁରୀ ପାଇଁ ଲାଞ୍ଚ ମାଗିଥିଲେ ପୁଷ୍ପାଞ୍ଜଳି । ଏନେଇ ପ୍ରଧାନ ଶିକ୍ଷକ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ପ୍ରଧାନଶିକ୍ଷକ ଜିଲ୍ଲା ଯୋଜନା ସଂଯୋଜକଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଚଢାଉ କରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହା ପରେ ପୁଷ୍ପାଞ୍ଜଳୀଙ୍କ ଘର ଥିବା ଅନ୍ୟ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।