ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ମାମଲା, ଅଭିଯୁକ୍ତ ଗିରଫ

ମଣିପୁର, ୨୦/୭: ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ଭିଡିଓ ଭାଇରାଲ ହୋଇଥିଲା । ଏହାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ  ଗିରଫ କରାଯାଇଛି । ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ହେରଦାସ ନାଁର କରାଯାଇଥିଲା । ଯାହାକୁ ଥୌବଲ ଜିଲ୍ଲାରୁ ଗିରଫ କରାଯାଇଛି ।ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଟିସାର୍ଟ ପିନ୍ଧି ମହିଳାଙ୍କୁ ଜୋରରେ ଧରି ଟାଣିନେଉଥିଲା । ପୁଲିସ ଏହା ମଧ୍ୟ କହିଛି ଯେ, ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଯାଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁରରେ ସ୍ଥିତି ଗମ୍ଭୀର ରହିଛି ।