ଭିଜିଲାନ୍ସ ଜାଲରେ ASI ଓ IIC

ଭୁବନେଶ୍ୱର,୧୯/୦୬: ଭିଜିଲାନ୍ସ ଜାଲରେ ASI ଓ IIC । ଥାନା ଭିତରୁ ପୋଲିସକୁ ଉଠାଇନେଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳରୁ ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ପଶି ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଲା ଭିଜିଲାନ୍ସ । ସ୍ଥାନୀୟ ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଥିବା ଭଳି ସାଂଘାତିକ ଅଭିଯୋଗ  ଆସିଥିଲା । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଏମାନଙ୍କ ନାଁରେ ଆସିଛି । ଏବେ ମଦ ବେପାରୀଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଦୁଇ ପୋଲିସ ଅଧିକାରୀ ହେଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତି ।