ଶୋଇଥିବା ବେଳେ ଭୁଶୁଡ଼ିଗଲା ଛାତ, ୪ମୃତ

ନୂଆଦିଲ୍ଲୀ,୧୯/୦୭: ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ଘର ଛାତ ଭୁଷୁଡି ଯାଇଛି। ଯାହାଫଳରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ଗୋଟିଏ ଦିନ ପୂର୍ବରୁ ଉପର ମହଲା ଛାତ ଗ୍ରୀଡିଙ୍ଗ ହୋଇଥିଲା । ପରେ ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପରିବାର ଲୋକଙ୍କ ମୃତ୍ୟୁ ହୋଇସାରିଥିଲା । ରାତି ସମୟରେ ପରିବାର ସଦସ୍ୟ ଶୋଇଥିବାବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ କ୍ଷତିଗ୍ରସ୍ତ ହୋଇଥିବା ଘରର ମରାମତି ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।