ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କଲେ ଅମିତ ଶାହା

ନୂଆଦିଲ୍ଲୀ,୧୮/୦୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ନିବେଶକମାନେ ପଇସା ଫେରିପାଇବେ । ଯେଉଁମାନଙ୍କର ନିବେଶ ଅବଧି ଶେଷ ହୋଇଛି ସେମାନେ ଟଙ୍କା ଫେରିପାଇବେ । ଏହିି ବାବଦରେ ସେହି ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।

ସୂଚନାଯୋଗ୍ୟ ଯେ ସାରା ଦେଶରେ ଲକ୍ଷ ଲକ୍ଷ ନିବେଶକ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିଲେ । ଲୋକମାନେ ସେମାନଙ୍କ ଜମା ଟଙ୍କାକୁ ଫେରିପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରି ରହିଥିଲେ । ତେବେ ଏହି ପୋର୍ଟାଲ ମାଧ୍ୟମରେ ସେମାନେ ଆବେଦନ କରି ଟଙ୍କା ଫେରସ୍ତ ପାଇପାରିବେ। ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଦାବି କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ନେଇ ନିଷ୍ପତି ନେଇଛନ୍ତି ।