ଯାଜପୁର ରସୁଲପୁର ଛକରେ ଭୁଶୁଡ଼ିଲା ବ୍ରିଜ

ଭୁବନେଶ୍ୱର,୧୭/୭: ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ବ୍ଳକ ଛକ ନିକଟରେ ଭୁଶୁଡି ପଡ଼ିଛି ବ୍ରିଜ୍ । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ଏକାଧି ବସ ଓ ଟ୍ରକ୍ । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ଚର୍ଚ୍ଚା ଜୋର ଧରିଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।ପୋଲଟି ୭ରୁ ୮ ଫୁଟ୍ ତଳକୁ ଦବିଯାଇଛି । ଗୋଟିଏ ପଟେ ଏବେ ଉଭୟପଟର ଗାଡ଼ି ଯାଆସ୍ କରୁଛନ୍ତି । ଫଳରେ ଜାତୀୟ ରାଜପଥରେ ପ୍ରବଳ ଜାମ ହୋଇଛି ।