ନୂଆଦିଲ୍ଲୀ,୧୭/୦୭: ଉତ୍ତରଭାରତରେ ତାଣ୍ଡବ ରଚୁଛି ବର୍ଷା । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଉଦ୍ଧାର କାର୍ଯ୍ୟ ପାଇଁ ଥିବା ସେନାର ଅସ୍ଥାୟୀ ଶିବର ମଧ୍ୟ ଅଧା ବୁଡିଯାଇଥିବା ଜଣାପଡିଛି ।ସୂଚନା ମୁତାବକ, ମନାଲି ସ୍ଥିିିତ କାଇସ୍ ଓ ସେଉବାଗରେ ବାଦଲ ଫଟା ବର୍ଷା ହେବାରୁ ଅନେକ ଘର ଭାସିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୁଲିସ ଟିମ୍ ବାହାରିଥିଲେ ବି ଜାତୀୟ ରାଜପଥ ଭାସିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।