ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର,୧୭/୦୭: ଆଜି ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି ଅନୁଷ୍ଠିତ ହେବ। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତାଲାଗି ନୀତି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ ଚିତାକୁ ଦଇତାପତିମାନେ ଆଜି ଲଗାଇଥାନ୍ତି ।  ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତା ଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ତେଣୁ ଆଜି ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।