ଆମେରିକାର ଭୂମିକମ୍ପ ଅନୁଭୂତ, ସୁନାମି ସତର୍କ ଜାରି

ନୂଆଦିଲ୍ଲୀ,୧୬/୦୭: ଆମେରିକାର ଆଲାସ୍କା ଉପକୂଳରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରହିଥିଲା। ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହା ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ର ସଠିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ସୁନାମି ସତର୍କ ସୂଚନା ଜାରି କରାଯିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।  ଭୂକମ୍ପ ୯.୩ କିଲୋମିଟର (୫.୭୮ ମାଇଲ) ଗଭୀରତାରେ ଅନୁଭୂତ ହୋଇଥିଲା।  ଆଲାସ୍କା ଉପଦ୍ୱୀପ, ଆଲୁଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନ୍ଲେଟ୍ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି।