କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର,୧୫/୦୭: କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏହାପରେ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ।