ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ, ଜାଣନ୍ତୁ କେଉଁ ଦାୟିତ୍ୱରେ କିଏ?

ଭୁବନେଶ୍ୱର,୧୪/୦୭: ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ମନ୍ତଣାଳୟ ମିଳିବା ସହ ଯୋଜନା ବିଭାଗ ବି ମଳିଛି । ସେହିଭଳି ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ମିଳିଥିବା ବେଳେ ହସନ ମୁଶାରିଫଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ମିଳିଛି । ସେହିଭଳି ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମଳିଛି । ଅନ୍ୟପଟେ ଧର୍ମରାଓ ଅତ୍ରାମଙ୍କୁ ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳିଛି । ଦିଲ୍ଲିପ ବଲସେ ପାଟିଲଙ୍କୁ ସମବାୟ ଓ ଅନୀଲ ଭାଇଦାସ ପାଟିଲଙ୍କୁ କ୍ରୀଡା ବିଭାଗ ମିଳିଛି । ଅଦିତ ନଟକରେଙ୍କୁ ମହିଳା ଓ ବାଳବିକାଶ ବିଭାଗ ମିଳିଛି ।