ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ

ଭୁବନେଶ୍ୱର,୧୩/୦୭: ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ଲାଞ୍ଚ ନେବା ବେଳେ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ । ମାମଲାର ରଫାଦଫା କରିବା ପାଇଁ ଜଣେ ଏତଲାକାରୀଙ୍କୁ ମମତା ବସ୍ତିଆ ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ୧୫ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏଏସଆଇଙ୍କୁ ଧରିଛି । ମମତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଜିଭିଲାନ୍ସ । ସେହିପରି ମମତାଙ୍କ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ ହୋଇଛି ।