କେନ୍ଦ୍ରକୁ ସୁପ୍ରିମକୋର୍ଟର ବଡ଼ ଝଟକା

ନୂଆଦିଲ୍ଲୀ,୧୨/୦୭: କେନ୍ଦ୍ରକୁ ସୁପ୍ରିମକୋର୍ଟର ବଡ଼ ଝଟକା । ଇଡିର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼ାଇବା ପ୍ରସଙ୍ଗରେ ଏହା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତୃତୀୟ ଥର ପାଇଁ ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା ବେଆଇନ ବୋଲି କହିଛନ୍ତି । ତେବେ ସେ ଏହି ପଦବୀରେ ଚଳିତ ମାସ ୩୧ ଜୁଲାଇ ପର୍ଯ୍ୟନ୍ତ ରହିବେ । ସଂଜୟ କୁମାର ମିଶ୍ର ନଭେମ୍ବର ୨୦୧୮ରେ ପ୍ରବର୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । । ପ୍ରଥମେ ୨୦୨୦ରେ କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଥିଲେ । ପରେ ୨୦୨୧ ମସିହାରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ପୁଣିଥରେ ତାଙ୍କର କାର୍ଯ୍ୟକାଳ ବଢ଼ାଯାଇଥିଲା । ତେବେ ସଂଜୟ ମିଶ୍ରାଙ୍କ ଦ୍ୱିିତୀୟ ସେବା ସମ୍ପ୍ରସାରଣ ୧୭ ନଭେମ୍ବର ୨୦୨୨ରେ ଶେଷ ହେବା ପୂର୍ବରୁ ବିଭିନ୍ନ ପୁଣି ଏକ ବର୍ଷ ପାଇଁ କାର୍ଯ୍ୟକାଳ ବଢ଼ାଇବାକୁ ଆବେଦନ କରାଯାଇଥିଲା । ତେବେ ଏହାକୁ ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।