ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଫସିଛନ୍ତି ଅନେକ ପର୍ଯ୍ୟଟକ

ନୂଆଦିଲ୍ଲୀ,୧୧/୦୭: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଡିମଟର ଭାସିଯିବା ସହ ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଅନ୍ୟପଟେ ସେଠାକୁ ଯାଇଥିବା ଅନେକ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ । ହିମାଚଳ ଓ ଉତ୍ତରାଖଣ୍ଡରେ ଭୀଷଣ ବନ୍ୟାରେ ବ୍ରିଜ ଭାସିଯାଇଛି । ଘର ଓ ଯାନବାହାନ ଭାସିଯାଇଛି । ଫଳରେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଡ୍ ଆଲର୍ଟ ଜାରି ହୋଇଛି । ଚମୋଲି ରେ କଞ୍ଚନନାଲାଠାରେ ବଦ୍ରୀନାଥ ରାଜପଥ ବନ୍ୟାରେ ଭାସିଯାଇଛି ।

୨୪ ଘଣ୍ଟାରେ ଆଉ ୪୧ ଜଣ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ରହିଛି । ବନ୍ୟା, ଭୁସ୍ଖଳନ ଯୋଗୁଁ ଯାତାୟତ ଠପ ହୋଇଛି । ମନାଲି, ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି ।କ୍ଷୟକ୍ଷତି ଆକଳନ ୪ ହଜାର କୋଟି ଛୁଇଁଲାଣି କହିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ବନ୍ୟା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ ବୋଲି ସୂଚନ ରହିଛି ।