ଦୁଇ ପ୍ରକାର ଭ୍ୟାକ୍ସିନକୁ ନେଇ ବିଏମସି କମିସନର ଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୩/୧: ରାଜଧାନୀ ଭୁବନେଶ୍ବରକୁ ଦୁଇ ପ୍ରକାର ଭ୍ୟାକ୍ସିନ ଆସିଛି । ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜଧାନୀବାସୀଙ୍କୁ କେଉଁ ଟିକା ମିଳିବ ସରକାର ନିଷ୍ପତ୍ତି ନେବେ ।
କୋଭାକ୍ସିନ୍ BMC ଅଞ୍ଚଳରେ ଦେବା ନେଇ ଆମ ପାଖକୁ ଚିଠି ଆସିନି । ୧୬ ତାରିଖ ପାଇଁ ୫ଟା ଭ୍ୟାକ୍ସିନେସନ୍ ସେଣ୍ଟର ଚିହ୍ନଟ ହୋଇଛି।ଭ୍ୟାକ୍ସିନେସନ୍ ପାଇଁ ଅଫିସରମାନଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି । କାଲି ସୁଦ୍ଧା ସେ ତଥ୍ୟ ରାଜ୍ୟ ସରକାରଙ୍କୁ ଦିିଆଜିବ ବୋଲି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।