କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ୭ ମୃତ

ଭୁବନେଶ୍ୱର,୧୧/୦୭: ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ବସ୍‌ରେ ୩୫ ରୁ ୪୦ ଜଣ ଲୋକ ଥିଲେ । ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାକିନାଡା ଯାଉଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।  ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ବସ୍‌କୁ ଏହି ଯାତ୍ରା ପାଇଁ ନିୟୋଜିତ କରାଯାଇଥିଲା ।