ଦିନିକିଆ ଅନୁଗୁଳ ଗସ୍ତରେ 5T ସଚିବ

ଭୁବନେଶ୍ୱର,୧୦/୭: ଦିନିକିଆ ଅନୁଗୁଳ ଗସ୍ତରେ ଯାଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ବିକାଶ ଉପରେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ସଚିବ ଭି.କେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ।ଅନ୍ୟପଟେ ତାଳଚେର ବିଜେପି ୫ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରିଛି । ତାଳଚେରର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ କଳା ପୋଷାକ ପିନ୍ଧି ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଛନ୍ତି । ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେପି ଏହି ବିରୋଧ ପ୍ରଦର୍ଶନ କରିଛି ।