ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେନି ଅବିବାହିତ ସେବକ

ଭୁବନେଶ୍ୱର,୯/୭: ଶାରଳା ମନ୍ଦିର ପାଇଁ ଆସିଲା ନୂଆ କଟକଣା। ମନ୍ଦିରର ଗର୍ଭଗୃହକୁ ଅବିବାହିତ ସେବକଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ। ଏହା ସହ ବ୍ରତ ହୋଇନଥିବା ପଣ୍ଡା ସେବକଙ୍କୁ ମଧ୍ୟ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହ ଶ୍ରଦ୍ଧାଳୁ ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ପାଇଁ ନିଷେଧ କରାଯାଇଛି ।ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରଯାଇଛି । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।