ଏଣିକି ସବୁ ଟ୍ରକର କ୍ୟାବିନରେ ଲାଗିବ ଏସି

ଭୁବନେଶ୍ୱର,୮/୭: ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ସବୁ ଟ୍ରକର କ୍ୟାବିନରେ ଲାଗିବ ଏସି । ଟ୍ରକରେ ଏସି ସିଷ୍ଟମ୍ ଇଂଷ୍ଟଲ କରିବା ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏନେଅ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଟ୍ୱିଟ୍ କରି କହିଛନ୍ତି, ଏନ୍-୨ ଏବଂ ଏନ୍-୩ କାଟାଗୋଟିରେ ଆସୁଥିବା ଟ୍ରକ୍ ଗୁଡିକୁ ଏୟାର କଣ୍ଡିସନ୍ ସିଷ୍ଟମ୍ କରିବା ପାଇଁ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା ତାହାକୁ ମଞ୍ଜୁରୀ ମିଳିଛି । ସଡକ ସୁରକ୍ଷା ଦିଗରେ ଟ୍ରକ୍ ଚାଳକଙ୍କ ବଡ ଭୂମୀକା ରହିଛି । ତେଣୁ ଏହି ନିଷ୍ପତି ସଡକ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।