ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡିଗଲା ବସ୍

ଭୁବନେଶ୍ୱର,୮/୭: ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଠାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡିଗଲା ବସ୍ । ଟ୍ରାକକୁ ବସ୍ ମାଡିଯିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଟ୍ରାକକୁ ବସ୍ ମାଡିଆସିବାରୁ ଟ୍ରେନ ଚାଳକ ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ବସରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି ।