ଆମ ପୋଖରୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୦୭: ଆମ ପୋଖରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି ।
ଏହି ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ କରାଯିବ । ଅବସର ସମୟରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପୋଖରୀର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ । ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ । ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ୱିକ ସ୍ଥିତିରେ ପରିବର୍ତ୍ତନ କରାଯିବ ।