ଆସିଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,୬/୭:  ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ ଆସିଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା । ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦%, କଳାରେ ୮୦ % ସହ ରେଭେନ୍ସା ଆଗରେ ରହିଛି । ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % । ୮୯% କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।ତେବେ ପ୍ରଥମ କଟ୍ ଅଫରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କଳାରେ ସର୍ବାଧିକ ୨,୫୩,୧୭୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧,୨୧,୦୨୩ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ବାଣିଜ୍ୟରେ ୨୫ହଜାର ୧୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ପ୍ରଥମ କଟ୍ ଅଫରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଏବଂ ୨ଲକ୍ଷ ୮ହଜାର ୭୭୮ ଛାତ୍ରୀଙ୍କୁ ଚୟନ କରାଯାଇଛି ।