ଶରଦ ପାୱାରଙ୍କ ହଟାଇ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଅଜିତ ପାୱାର

ଭୁବନେଶ୍ୱର,୫/୦୭: ମହାରାଷ୍ଟ୍ରରେ ରାଜନୀତିରେ ଜାରି ରହିଛି ହାଇଡ୍ରାମା । କାହାର ଏନସିପି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଉଭୟ ଅଜିତ୍ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଛନ୍ତି। । ତେବେ ଏହାରି ଭିତରେ ଉଭୟ ଗୋଷ୍ଠୀ ଆଜି ନିଜର ନିଜର ବୈଠକ ଡାକିଛନ୍ତି । ଯେଉଁଥିରେ ଅଜିତ ପାୱାରଙ୍କ ବୈଠକରେ ୩୧ ବିଧାୟକ ଏବଂ ୪ ଏମଏଲସି ଯୋଗ ଦେଇଥିବାବେଳେ, ଶରଦ ପାୱାରଙ୍କ ବୈଠକରେ ମାତ୍ର ୧୩ ବିଧାୟକ ସାମିଲ ହେଇଛନ୍ତି । ତେବେ ୯ ଜଣ ବିଧାୟକ କୌଣସି ବି ବୈଠକରେ ସାମିଲ ହେଇନାହାଁନ୍ତି ।ଏହାରି ଭିତରେ କିନ୍ତୁ ଅଜିତ ପାୱାରଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶରଦ ପାୱାରଙ୍କ ଜାଗାରେ ଅଜିତ ପାୱାରଙ୍କୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।