ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪/୦୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ମୋଦି ସାଙ୍ଗିଆ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଏହି ଆଶ୍ୱସ୍ତି ମିଳିଛି। ଝାଡଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ଦଣ୍ଡବିଧାନ କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛି । ଅଗଷ୍ଟ ୧୬ ତାରିଖରେ ପରବର୍ତୀ ଶୁଣାଣି କରାଯିବ । ସୁରଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପରେ ରାହୁଲ ଗାନ୍ଧୀ ଲୋକସଭା ସାଂସଦ ସଦସ୍ୟ ପଦ ହରାଇଥିଲେ।