ପାତାଳି ଶ୍ରୀକ୍ଷେତ୍ରରେ ୫ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର,୪/୦୭: ସୋନପୁର ଗସ୍ତରେ ଥିବା ବେଳେ ସଚିବ ପାତାଳି ଶ୍ରୀକ୍ଷେତ୍ର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ମିଶନ ଶକ୍ତି ଗୋଷ୍ଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।ସୁବର୍ଣ୍ଣପୁର କୋଟ-ସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ସଚିବ ଉଲୁଣ୍ଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିଲା । ଆମ ଆଦମୀ କର୍ମକର୍ତ୍ତା କଳା ପତାକା ଦେଖାଇ ସଚିବଙ୍କ ଗସ୍ତକୁ ବିରୋଧ କରିବା ସହ କାରକେଡକୁ ଅଣ୍ଡାମାଡ଼ କରିଥିଲେ । ସେପଟେ ସଚିବଙ୍କ ଗସ୍ତକୁ ବିରୋଧ କରି ଗୋ-ବ୍ୟାକ୍ ନାରା ଦେଇ ବିଜେପି କର୍ମୀ ଧାରଣାରେ ବସିଛନ୍ତି ।