ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ଆହତ

ନୂଆଦିଲ୍ଲୀ, ୧୧/୧: ଉତ୍ତର କନ୍ନଡ଼ର ଆଙ୍କୋଲା ନିକଟରେ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ଆହତ ହୋଇଛନ୍ତି । ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମନ୍ତ୍ରୀ ଶ୍ରୀପଦଙ୍କ ପତ୍ନୀ ବିଜୟା । ଶ୍ରୀପଦଙ୍କ ବ୍ୟକ୍ତିଗତ ସଚିବ ଦୀପକ ଦୁବେ ମଧ୍ୟ ମୃତ ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ ୟେଲାପୁରରୁ ଗୋକର୍ଣ୍ଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇ ଗୋଆରେ ଚିକିତ୍ସା ସୁବିଧା କରିବାକୁ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ସେ ଦେଇଛନ୍ତି।