ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧/୦୭: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ନୂଆ ସଂସଦ ଭବନରେ ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।ଟୁଇଟ୍ କରି ଏନେଇ ସେ ସୂଚନା ଦେଇଛନ୍ତି।  ତେବେ ସମସ୍ତ ଦଳ ଏହି ଆଲୋଚନାରେ ଭାଗ ନେବା ସହିତ ମୌସୁମୀ ଅଧିବେଶନରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ଏହି ମୌସୁମୀ ଅଧିବେଶନରେ ମୋଟ ୨୩ଟି କାର୍ଯ୍ୟକାଳ ଦିବସ ରହିଛି ।