ମହାରାଷ୍ଟ୍ରରେ ବସ୍ ଜଳି ୨୬ ଜୀବନ୍ତ ଦଗ୍ଧ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧/୦୭: ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ହୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଏସି ବସ୍ ଜଳି ଯାଇଥିଲା। ଯାହାଫଳରେ ଜୀବନ୍ତ ଜଳିଯାଇଥିଲେ ୨୬ ଜଣ ଯାତ୍ରୀ । ବସରେ ଡ୍ରାଇଭର ସମେତ ୩୩ ଜଣ ଯାତ୍ରୀ ଥିଲେ । ୨୬ ମୃତଦେହ ଚିହ୍ନଟ କରିବା ପାଇଁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।