କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍‌ ଓ ସହାୟତା ରାଶି ମଞ୍ଜୁର

ଭୁବନେଶ୍ୱର, ୧୧/୧: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍‌ ଓ ସହାୟତା ରାଶି ମଞ୍ଜୁର ହୋଇଛି। ୫୯.୭୮ କୋଟିର ବୋନସ୍‌ ସମେତ ୯୨.୩୭ କୋଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ କର୍ମଚାରୀଙ୍କ ମୃତ୍ୟୁ ଓ ଅକ୍ଷମତା ସହାୟତା ରାଶି ଦୁଇଗୁଣା ହୋଇଛି।

ରାଜ୍ୟ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦୁପତ୍ର ଯାଞ୍ଚକାରୀଙ୍କୁ ମିଳିବ ସାଇକେଲ, ତୋଳାଳୀଙ୍କୁ ମିଳିବ ଚପଲ। କର୍ମଚାରୀଙ୍କ ବୋନସ ୫ରୁ ୧୦% ବୃଦ୍ଧିଓ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ ୨୫ରୁ ୫୦%କୁ ବୄଦ୍ଧି ନିଷ୍ପତ୍ତି ନିଆଯାଇଛି।