ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର

ଭୁବନେଶ୍ୱର,୨୯/୦୬: ଗତକାଲି ମହଲରଭୁଙ୍କ ବହୁଡାଯାତ୍ର ଥିଲା। ଏହାରିମଧ୍ୟରେ ୩ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ସିଂହଦ୍ୱାର ରୂପା କବାଟ କାମ ଆଜି ଶେଷ ହୋଇଛି। ରୂପାରେ ଝଲସି ଉଠିିଛି ଶ୍ରୀମନ୍ଦିର ସିଂହଦ୍ୱାର । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍ କାଠରେ ନୂଆ ଦ୍ୱାର ଲଗାଯାଇଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି ।