ଶ୍ରୀମନ୍ଦିର ପାଖେ ପହଁଚିଲା ତିନି ରଥ

ଭୁବନେଶ୍ୱର,୨୮/୦୬: ଜନ୍ମବେଦୀରେ ଲୀଳା ଖେଳା ସାରି ବାହୁଡିଛନ୍ତି ତିନିଠାକୁର । ବଡ ଦେଉଳ ଆଗରେ ପହଂଚିଛି ତିନି ରଥ । ଆଜି ବାହୁଡାଯାତ୍ରା ପାଇଁ ଭୋରୁ ନୀତି ଆରମ୍ଭ ହୋଇଥିଲା । ସବୁ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ହୋଇଥିଲା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଞ୍ଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଞ୍ଚିଥିଲା ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ । ଶେଷରେ ଆସିଥିଲେ ଜଗତରନାଥ ଜଗନ୍ନାଥ । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ବାଟରେ ମାଉସୀ ମାଆ ମନ୍ଦିର ପାଖରେ ଅଟକି ପୋଡ ପିଠା ଖାଇଥିଲେ।  ଏବେ ବଡଦେଉଳ ଆଗରେ ତିନିରଥ ପହଞ୍ଚିିବା ପରେ କାଲି ବଡ ଏକଦାଶୀରେ ତିନିଠାକୁରଙ୍କ ହେବ ସୁନାବେଶ ।