ନଦୀରେ ଖସିପଡ଼ିଲା ମିନି ଟ୍ରକ୍, ୧୨ମୃତ

ଭୁବନେଶ୍ୱର,୨୮/୦୬: ମଧ୍ୟପ୍ରଦେଶ ଦତିଆରେ ଅଭାବନୀୟ ଘଟଣା ଘଟିଯାଇଛି।  ବୁହାରା ନଦୀରେ ଏକ ମିନି ଟ୍ରକ୍ ଖସିପଡିବା ଫଳରେ ଘଟଣାସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ଗ୍ୱାଲିଅର ବିଲହେଟି ଗାଁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଲୋକେ ଏକ ମିନିଟ୍ରକ୍ ଯୋଗେ ଟିକାମଗଡକୁ ଫେରୁଥିଲେ । ବୁହାରା ଗାଁ ନିକଟରେ ଏକ ନିର୍ମାଣାଧିନ ବ୍ରିଜ୍ ନିକଟରେ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିଥିଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଏକ ଘଟଣାରେ ଶୋକପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି ।