ପୃଥିବୀ ଆଡକୁ ମାଡି ଆସୁଛି ଗ୍ରହାଣୁ

ଭୁବନେଶ୍ୱର,୨୮/୦୬: ପୃଥିବୀ ପାଖ ଦେଇ ୯୧ ମିଟର ଓସାରବିଶିଷ୍ଟ ଖଣ୍ଡେ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବା ନେଇ ସୂଚନା ମିଳିଛି । ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ୧୬୦ ମିଟର୍ ବ୍ୟାସର ଏହି ବିଶାଳ ପଥରଖଣ୍ଡ ‘୨୦୧୩ ଡବ୍ଲୁଭି୪୪’ର ଗତି ଉପରେ ‘ନାସା’ ଦୃଷ୍ଟି ରଖିଛି। ନାସା କହିଛି ଯେ, ଏହି ଗ୍ରହାଣୁ ୩.୩ ନିୟୁତ କିଲୋମିଟର୍‌ ବ୍ୟବଧାନରେ ପୃଥିବୀ ପୃଷ୍ଠ ପାଖ ଦେଇ ଅତିକ୍ରମ କରିବ। ପରସ୍ପରକୁ ଅତିକ୍ରମ କରୁଥିବା ମହାଜାଗତିକ ବସ୍ତୁ କ୍ଷେତ୍ରରେ ଏହି ଦୂରତ୍ବ ଖୁବ୍‌ କମ୍‌ ହୋଇଥିଲେ ବି ଏଥିଯୋଗୁଁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି । ଭାରତୀୟ ସମୟ ଦିନ ୧.୩୦ରେ ଏହି ଗ୍ରହାଣୁ ପୃଥିବୀ ପୃଷ୍ଠର ଅତି ନିକଟତର ହୋଇ ଗତି କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।