ବାଜିଲା ବିଶ୍ୱକପ ବିଗୁଲ, ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶିତ

ନୂଆଦିଲ୍ଲୀ,୨୭/୦୬: ବାଜିଲା ବିଶ୍ୱକପ ବିଗୁଲ। ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ ।  ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ  ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ପ୍ରାୟ ଦେଢ ମାସ ଧରି ଖେଳାଯିବାକୁ ଥିବା ଆଇସିସିର ସବୁୁଠୁ ବଡ଼ ଟୁର୍ଣ୍ଣାମେଂଟର ଫାଇନାଲ ନଭେମ୍ବର ୧୯ ତାରିଖରେ ଖେଳାଯିବ । ତେବେ ଭାରତ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ସହ ଖେଳିବ ।

ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ଭାରତ ଆଇସିସି ଦିନିକିଆ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଟୁର୍ଣ୍ଣାମେଂଟରେ ସେମିଫାଇନାଲ ଏବଂ ଫାଇନାଲକୁ ମିଶାଇ ମୋଟ ୪୮ ଟି ମ୍ୟାଚ ଖେଳାଯିବ । ୧୦ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ପ୍ରତ୍ୟେକ ଟିମ୍ ୯ ଟି ଲେଖାଏଁ ମ୍ୟାଚ ଖେଳିବେ ।