କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୬: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ଲଗାଇଥିବା ୧୮ ପ୍ରତିଶତ ଟ୍ୟାକ୍ସକୁ ଛାଡ କରିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କି କେନ୍ଦୁପତ୍ର ଏକ କ୍ଷୁଦ୍ର ବନଜାତ ଦ୍ରବ୍ୟ । ଓଡିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ଋତୁକାଳୀନ ଶ୍ରମିକଙ୍କର ଏହା ଆର୍ଥିକ ମେରୁଦଣ୍ଡ । ଏହାସହ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନେ ଅଧିକାଂଶ ଆଦିବାସୀ ଓ ମହିଳା । ସେମାନେ ସମାଜର ସବୁଠାରୁ ଗରିବ ଶ୍ରେଣୀର ଅଟନ୍ତି । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବା କେନ୍ଦୁପତ୍ର ତୋଳାଳି, ବାନ୍ଧକ ଓ ଋତୁକାଳୀନ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି ।