ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର

ଭୁବନେଶ୍ୱର,୨୭/୦୬: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଅଫିିିସରେ ଚଢ଼ାଉ କରୁଛି ଭିଜିଲାନ୍ସ ।  ବ୍ରହ୍ମପୁରର ୬ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି ।ବିଳମ୍ବିତ ରାତିରେ ଦିଗହପଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଗାଡ଼ିରୁ ନଗଦ ଟଙ୍କା ଏବଂ ସରକାରୀ ବାସଭବନରୁ ଟଙ୍କା ଜବତ ହୋଇଛି ।