ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର,୨୭/୦୬: ଆଡପମଣ୍ଡପରେ ସାଂଧ୍ୟ ଦର୍ଶନ ଦେବେ ଶ୍ରୀଜିଉ । ଆଜି ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କିନ୍ତୁ ରାତି ୧୨ଟା ଯାଏଁ ଆଡପ ଅବଢା ମିଳିବ । ଭକ୍ତମାନେ ନାକଚଣା ଦ୍ୱାର ଦେଇ ଆନନ୍ଦବଜାରରୁ ଆଡପ ଅବଢା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୫ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ କରାଯିବ ।ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଓ ଆଳତୀ ହେବ । ତାପରେ ବଡ ସିଂହାର ଭୋଗ ପରେ ପହୁଡ ଆଳତୀ କରାଯିବ । ଆଳତୀ ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।