ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର

ଭୁବନେଶ୍ୱର,୨୬/୦୬: ମୌସୁମୀ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ହୀରାକୁଦ ଜଳଭଣ୍ଡାର ଇନଫ୍ଲୋ ଓ ଆଉଟ ଫ୍ଲୋ । ଗତକାଲି ଜଳସ୍ତର ୬୦୦ ଦଶମିକ ୪୫ ଫୁଟ ରହିଥିଲା ବେଳେ ବୃଦ୍ଧି ପାଇ ୬୦୧. ୩୧ ଫୁଟରେ ପହଞ୍ଚିଛି । ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବା ବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇଁ ୪୪ ହଜାର ୨୪୫ କ୍ୟୁସେକରେ ପହଞ୍ଚିଛି । ଖାସ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ ଯାଇଥିବାରୁ କ୍ରମାଗତ ଭାବେ ବଢ଼ୁଛି ଡ୍ୟାମର ପାଣି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।