ଭୟଙ୍କର ବସ ଦୁର୍ଘଟଣା, ଗୋଟିଏ ପରିବାରର ୭ମୃତ

ଭୁବନେଶ୍ୱର,୨୬/୦୬: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪ ମହିଳା ଓ ୨ଜଣ ଛୋଟ ପିଲା ରହିଛନ୍ତି । ତେବେ ଏଥିରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପୂର୍ବଚନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ରହିଛନ୍ତି । ରେଣୁବାଳାଙ୍କ ଦିଅର, ୨ଝିଆରୀ ଓ ନାତି ରହିଛି । ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୬ଆହତ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ।