ଆସନ୍ତାକାଲିଠାରୁ ଏକାମ୍ର ପ୍ରକଳ୍ପ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ, ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର,୨୫/୦୬: ଆସନ୍ତାକାଲିଠାରୁ ଏକାମ୍ର ପ୍ରକଳ୍ପ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜଧାନୀ ଭୁବନେଶ୍ଵରସ୍ଥିତ ଏକାମ୍ର କ୍ଷେତ୍ର ତିନି ଦିନ ଧରି ଉତ୍ସବମୁଖର ହେବ। ଏହି ସମାରୋହରେ  ଲିଙ୍ଗରାଜ ମନ୍ଦିରରେ ଅନେକ ଲୋକଙ୍କ ସମାଗମ ହେବ। ଏକାମ୍ର ପ୍ରକଳ୍ପ ଭୂମି ପୂଜନ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ କମିସନରେଟ ପୁଲିସ ସମୀକ୍ଷା କରିଛି।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଆସନ୍ତାକାଲି ଥିବା ଏହି କାର୍ଯ୍ୟକ୍ରମ ତିନିଦିନ ଯାଏଁ ଜାରି ରହିବ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ଅନେକ ଲୋକଙ୍କ ଆଗମନ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ନେଇ ଆଜି ସମୀକ୍ଷା କରାଯାଇଛି। ଏହି ତିନି ଦିନ ମଧ୍ୟରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତିନୋଟି ସିଫ୍ଟରେ ୨୪ ଘଣ୍ଟା ପୁଲିସ ଅଧିକାରୀ ରହିବେ। ମନ୍ଦିର ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।