ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଦ ନାଇଲ

ଭୁବନେଶ୍ୱର,୨୬/୦୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ଗସ୍ତରେ ଅଛନ୍ତି । ସେଠାରେ ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ଅର୍ଡର ଅଫ ଦ ନାଇଲ ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହାସହ ଭାରତ ଓ ମିଶର ମଧ୍ୟରେ ଅନେକ ଚୁକ୍ତି ଉପରେ ସ୍ୱାକ୍ଷରିତ ହୋଇଛି ।

ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଯାତ୍ରା କ୍ରମରେ ମିଶରରେ ପହଂଚିଛନ୍ତି । ଏହି କ୍ରମରେ ସେ କୋହିରାରେ ଥିବା ଅଲ-ହକିମ ମସଜିଦ ପରିଦର୍ଶନ କରିଥିଲେ ।